ପିପିଲିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପିପିଲି,ଏନ୍ଏନ୍ଏସ୍: ପିପିଲି ନିମାପଡ଼ା ଓଭରବ୍ରିଜ୍‌ ତାରକାଜ ଛକ ନିକଟରେ ପୁରୀ ତାଳବଣିଆ ପୁଲିସ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫଭାଗୁ ଗୁରୁତର ଆହତ ହୋଇଛି। ଏହି ପରିପ୍ରେକ୍ଷୀରେ ଭାଗୁ ଗୋଡ଼ରେ ଗୁଳି ବାଜିଛି। ସେଠାରୁ ତାକୁ ଚିକିତ୍ସା ନିମନ୍ତେ ପ୍ରଥମେ ପିପିଲି ମେଡ଼ିକାଲ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ନିମାପଡ଼ା ପଟୁ ଭାଗୁ ଆସୁଥିବାର ଖବରପାଇ ପୁଲିସ ପିପିଲ– ନିମାପଡ଼ା ଓଭରବ୍ରିଜ୍‌ରେଜଗିଥିଲା। ଏହି ସମୟରେ ଭାଗୁ ପୁଲିସକୁ ଦେଖି ଗୁଳି ଚାଳନା କରିଥିଲା। ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳି ଭାଗୁର ଗୋଡ଼ରେ ବାଜିଥିଲା। ଫଳରେ ସେଠାରେ ସେ ପଡ଼ିଯାଇଥିଲା ।। ସେହିପରି ପୂର୍ବରୁ ଭାଗୁ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଭାଗୁ ନିକଟରୁ ପୁଲିସ ଏକ ବାଇକ୍, ବନ୍ଧୁକ ଓ ଏକ ଗୁଳି ଜବତ କରିଛି।