ପାଟଣା,ଏନ୍ଏନ୍ଏସ୍: ଜନତା କର୍ଫ୍ୟୁ ଆହ୍ବାନକୁ ପାଟଣା ଅଞ୍ଚଳରେ ପୂର୍ଣ୍ଣ ସମର୍ଥନ ମିଳିଛି। ଅଞ୍ଚଳବାସୀ କରୋନା ମହାମାରୀକୁ ମାତ ଦେବା ପାଇଁ ଜନଗହଳି ପୂର୍ଣ୍ଣ ଯାଗାକୁ ନଯାଇ ନିଜ ନିଜ ଘରେ ରହି ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସଫଳ କରିଛନ୍ତି। ରବିବାର ଏହି ଜନତା କର୍ଫ୍ୟୁରେ ଗାଁ ଗହଳି ଠାରୁ ଆରମ୍ଭ କରି ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ସାଙ୍ଗକୁ ଚାରିଆଡେ ଶୁନଶାନ ଦେଖିବାକୁ ମିଳିଥିଲା। ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଘାଟରେ ଗାଡି ମଟର ଚଳାଚଳ ଆଦି ଠପ ହୋଇଯାଇଥିଲା। ଏପରିକି ୨୨୦ ନମ୍ବର ରାଞ୍ଚି ବିଜୟ ବାଡ଼ା ରାଜପଥ ମଧ୍ୟ ସମ୍ପୂର୍ଣ୍ଣ ଶୁନଶାନ ହୋଇଥିଲା।
ସେହିପରି ପାଟଣା ବ୍ଲକର ତୁରୁମୁଙ୍ଗା ଦେଇ ଯାଇଥିବା ବମ୍ବେ-କୋଲକାତା ୪୯ ନଂ ଜାତୀୟ ରାଜପଥରେ କିଛି ମାଲ ବାହି ଟ୍ରକ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ମେଡ଼ିସିନ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ହୋଇ ନଥିଲା। ସରକାରଙ୍କ ଦ୍ଵାରା ବାରମ୍ବାର କରୋନା ଭାଇରସର ଭୟାବହତା ପ୍ରତି ସମସ୍ତେ ସଜାଗ ରହିବା ପାଇଁ ସଚେତନ କାର୍ଯ୍ୟକ୍ରମ ଜାରି ରହିଥିବା ଯୋଗୁଁ ଲୋକେ ସୁରକ୍ଷିତ ମଣି ନିର୍ଭୟରେ ରହିବା ପାଇଁ ସ୍ଥିର କରିଥିଲେ। ଏହା କେତେଦିନ ଚାଲିବ ତାହା ଜଣାପଡିନଥିବା ବେଳେ ଗଣମାଧ୍ୟମ ଜନତାକୁ ସଚେତନ କରିବାରେ ମୁଖ୍ୟ ଭୂମିକା ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।