ନିଶା ସ୍ପ୍ରେ ମାରି ଶୁଆଇଦେଲେ, ସୁନା ଅଳଙ୍କାର ଲୁଟିନେଲେ

ରାଉଲକକେଲା,ଏନ୍ଏନ୍ଏସ୍: ପାନପୋଷ ସ୍ଥିଥ ଏକ କଲୋନୀରୁ ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଚୋରି କରି ଫେରାର୍ ହୋଇଯାଇଛନ୍ତି। ଲୁଟେରାମାନେ ପରିବାର ସଦ୍ୟସଙ୍କୁ ନିଶା ସ୍ପ୍ରେ ମାରି ଶୁଆଇଦେଇଥିଲେ ଓ ପରେ ମନଇଛା ଚୋରି କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ପି,କେ ଦାସ କଲଲୋନୀରେ ଦିବାକର ଖଟୁଆ ତାଙ୍କ ପରିବାର ସହ ରୁହନ୍ତି। ଶନିବାର ରାତିରେ ସେ ଘରେ ଶୋଇଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଘର ପଛ କବାଟ ଭାଙ୍ଗି ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘରେ ଥିବା ଆଲମାରି ଭାଙ୍ଗି ସେଥିରୁ ୪ ଭରି ସୁନା ଅଳଂକାର ସହ ନଗଦ ୧୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ସକାଳ ହେବାରୁ ଘର ଆଲମାରି ଭଙ୍ଗା ଯାଇଥିବା ଦେଖି ରଘୁନାଥପାଲି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଘରେ ଶୋଇଥିବାବେଳେ ଦୁର୍ବୁତ୍ତ ମାନେ ନିଶାଦ୍ରବ୍ୟ ସ୍ପ୍ରେ କରି ଏଭଳି ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ଉକ୍ତ ଘଟଣାରେ କୋୖଣସି ଦୁର୍ବୃତ୍ତଙ୍କୁ ଧରି ନଥିବାବେଳେ ତଦନ୍ତ ଜାରି ରଖିଛି।