ନାଁ ମୋର ବୁଲେଟ ମହାନ୍ତି

ଧଉଳୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ଅବିନାଶ ଦାସ ଓରଫ ମିଲନଙ୍କ ଚମକ୍ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚଳିତବର୍ଷ ଧଉଳୀ ଗଣନାଟ୍ୟରେ ଖଳ ଅଭିନେତା ଭାବରେ ଅଭିନୟ କରି ପାର୍ଟି ପାଇଁ ଆକର୍ଷଣ ସାଜିଛନ୍ତି। ଧଉଳୀ ଗଣନାଟ୍ୟର ବହୁଚର୍ଚ୍ଚିତ ନାଟକ ‘ସେଦିନର କଥା ମନେ ଅଛି ନା’ରେ ଏକ ଜବରଦସ୍ତ ଖଳନାୟକ ବୁଲେଟ ମହାନ୍ତି ଭୂମିକା ନିଭାଇଛନ୍ତି। ବିଶେଷକରି ଉକ୍ତ ନାଟକରେ ତାଙ୍କର ଏକ ମାନିଆ: ‘ମୋ ନାଁଟା ବୁଲେଟ ମହାନ୍ତି’, ଯେତିକି ନିଅନ୍ତି ତା’ଠାରୁ ଅଧିକ ଦିଅନ୍ତି। ‘କହିଦିଅ ମାମୁ ହାତଗଣ୍ଠିଟା ପଡ଼ିନାହିଁ ବୋଲି ଅପେକ୍ଷା କରିଛି। ତା’ ନହେଲେ ମୁଁ ଯେତିକି ନିଅନ୍ତି ଅଧିକା ଦିଅନ୍ତି, ସେଇଥିପାଇଁ ଲୋକମାନେ ମୋତେ କୁହନ୍ତି ବୁଲେଟ ମହାନ୍ତି।’ ଏଭଳି ଏକ ଚମତ୍କାର ସଂଳାପକୁ ଉଚ୍ଚାରଣ କରି ଖଳନାୟକ ମିଲନ ଦର୍ଶକଙ୍କ ହୃଦୟରେ ଶିହରଣ ସୃଷ୍ଟି କରୁଛନ୍ତି। ଏହା ଛଡ଼ା ଅନ୍ୟ ଏକ ନାଟକ ‘କାଳିଦାସଙ୍କର ନୂଆ କାହାଣୀ’ରେ ବୈଶାଖ ମହାନ୍ତି, ‘କର୍ଣ୍ଣ ଖୋଜୁଛି ତା’ନୂଆ ଠିକଣା’ରେ ଫାଲ୍ଗୁନି ଚରିତ୍ରରେ ଧଉଳୀ ପାଇଁ ସଫଳତା ସାଉଁଟିଛନ୍ତି। ୨୦୦୯ ମସିହାରେ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ତାରପୁର ଅପେରାରେ କୋରିଓଗ୍ରାଫର ଭାବେ କାମ କରିବା ଶିଖିଥିଲେ ସେ। ପରେ ପରେ ଖଳନାୟକ ଭୂମିକାକୁ ଆଦରି ନେଇଥିଲେ। ୧୦ବର୍ଷର ଯାତ୍ରା କ୍ୟାରିୟର ମଧ୍ୟରେ ବିଭିନ୍ନ ପାର୍ଟିରେ ଅଭିନୟ କରି ମୋ ଅଭିନୟ ପ୍ରତିଭାକୁ ଅହୁରି ମଜବୁତ କରିପାରିଛି ବୋଲି କହନ୍ତି ମିଲନ୍।