ଧର୍ମଶାଳା ଭିଏଲଡବ୍ଲୁଙ୍କୁ ହତ୍ୟା କରାଯାଇଛି: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ପକ୍ଷରୁ ଏକ ପ୍ରେସମିଟ କରାଯାଇଛି। ତେବେ ସେ ଆତ୍ମହଦ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ପକ୍ଷରୁ ଶନିବାର ଆୟୋଜିତ ଏକ ପ୍ରେସମିଟରେ କୁହାଯାଇଛି।

ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି। ସେହିପରି ସ୍ମିତାଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ୱାମୀଙ୍କୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି ବୋଇ ସେ କହିଛନ୍ତି। ସ୍କୁଟିରେ ଓଢ଼ଣୀ ଲାଗି ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ କୁହାଯାଇଛି । ତେବେ ଇନ୍ଦିରା ଆବାସ ଦୁର୍ନତି ସମ୍ପର୍କରେ ସ୍ମିତା ଅବଗତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ବିଜେପି ଅଭିଯୋଗ କରିଛି ।

ସେପଟେ କଂଗ୍ରେସର ଚେତାବନୀ, ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।