ଦୁର୍ଦାନ୍ତ ଅପରାଧୀ ବାବୁକୁ ଏନକାଉଣ୍ଟର କଲା ପୁଲିସ

କଟକ, ଏନ୍ଏନ୍ଏସ୍: କଟକରେ ଏନକାଉଣ୍ଟର । କମିଶନରେଟ୍ ପୋଲସର ସ୍ପେଶାଲ ସ୍କ୍ୱାଡ଼ ଅପରାଧୀ ଶେଖ ବାବୁକୁ ଏନକାଉଣ୍ଟର କରିଛି। ପୁଲିସ୍ ଗୁଳିରେ ବାବୁ ଆହତ ହୋଇଛି । ବାବୁର ବାମ ପଟ ଗୋଡ଼ରେ ଗୁଳି ବାଜିଛି । ବାବୁ ନାମରେ ବାଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ବାବୁ ନିକଟରୁ ଗୋଟିଏ ବନ୍ଧୁକ, ଗୁଳି ଓ ବାଇକ ଜବତ ହୋଇଛି। ପୁଲିସ ବାବୁକୁ ଧରିବାକୁ ଯାଇଥିବାବେଳେ ବାବୁ ପୁଲିସ ଉପରକୁ ଗୁଳି କରିଥିଲା। ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସର ପାଲଟା ଗୁଳିରେ ବାବୁ ଆହତ ହୋଇଛି। ତାକୁ କଟକ ବଡ଼ ମେଡିକାଲ ନିଆଯାଇଛି।