ଡ୍ରେନେଜ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଡ୍ରେନେଜ ଡିଭିଜନର ନିର୍ବାହୀଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସର ଚଢ଼ଉ କରିଛି। ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସ ଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ବାଲେଶ୍ୱର ସରିସା ଗାଁ ସମେତ ଶଶୁର ଏବଂ ପୈତୃକ ଘରେ ରେଡ଼ କରିଛି ଭିଜିଲାନ୍ସ। ଏଥିସହ ଭୁବନେଶ୍ୱରରେ ଥିବା ଏକ ଫ୍ଲାଟ୍ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି।