ଝାରସୁଗୁଡ଼ା,୧୫ା୬/ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଓପିଏମ କଲୋନୀରେ ଜଣେ ୨୯ ବର୍ଷୀୟା ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗତ ୬ତାରିଖରେ ହରିୟାଣାରୁ ବ୍ରଜରାଜନଗର ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ୧୦ ତାରିଖରେ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛି। ପରେ ପ୍ରଶାସନ ପକ୍ଷରୁ ଏନ୍ଏସ୍ କ୍ୱାଟରଲାଇନ ଆରମ୍ଭରୁ ଶେଷ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି ଶିବ ମନ୍ଦିର ଛକ, ଓପିଏମ୍ ଗାର୍ଲ୍ସ ହାଇସ୍କୁଲ ସମ୍ମୁଖରୁ ପଛପଟ ଓ ଏ-ଟାଇପ କ୍ୱାଟରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଫର ଜୋନ ଭାବରେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଆଜି ଚିହ୍ନଟ ହୋଇଥିବା ଜଣଙ୍କୁ ମିଶାଇ ଝାରସୁଗୁଡ଼ାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥ ହୋଇଥିବାବେଳେ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି।