ଜୁନ୍ ୨୫ରୁ ଖୋଲିବ ଏଫିଲ୍ ଟାୱାର

ନିତିଦିନ ବ୍ୟୁରୋ: କରୋନା ଯୋଗୁ ସମଗ୍ର ବିଶ୍ୱର ଆର୍ଥିକାବସ୍ଥା ଦହଲି ଯାଇଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ବୈଶ୍ୱିକସ୍ତରରେ ଅନେକ ଦେଶରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ଆଉ ଇତିମଧ୍ୟରେ ବିଶ୍ୱପ୍ରସିଦ୍ଧ ଏଫିଲ ଟାୱାରକୁ ସର୍ବସାଧାରଣଙ୍କ ପାଇଁ ଜୁନ୍ ୨୫ରୁ ଖୋଲାଯିବର ନିଷ୍ପତ୍ତି ନିଆଯାଇଛି।

ଏଫିଲ୍ ଟାୱାରର ୱେବସାଇଟ ମୁତାବକ, ଜୁନ୍ ୨୫ରୁ ପୁଣିଥରେ ଲୋକମାନେ ଏଫିଲ୍ ଟାୱାର ଯାଇପାରିବେ କିନ୍ତୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। କରୋନାକୁ ଦୃଷ୍ଟିରେ ରଖି ଲିଫ୍ଟ ବନ୍ଦ ରଖାଯାଇଛି। ତେଣୁ ସମସ୍ତଙ୍କୁ ଶିଢ଼ି ବ୍ୟବହାର କରିବାକୁ ପଡ଼ିବ। ସାମାଜିକ ଦୂରତାକୁ ଲକ୍ଷ୍ୟରେ ରଖି ପ୍ରତ୍ୟେକ ମହଲାକୁ ସୀମିତ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ।
ସୂଚନାଯୋଗ୍ୟ, ଲକଡାଉନ ଯୋଗୁ ଗତ ତିନି ମାସ ହେବ ଏଫିଲ ଟାୱାରକୁ ବନ୍ଦ ରଖାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଏଫିଲ ଟାୱାରକୁ ଏତେଦିନ ପାଇଁ ବନ୍ଦ ରଖାଯାଇଛି ବୋଲି ଏହାର ଜଣେ ପରିଚାଳକ କହିଛନ୍ତି।