ଜୁଇରୁ ବଞ୍ଚି ଉଠିଲେ ସୀମାଞ୍ଚଳ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ହରିପୁର ଗାଁ’ରେ ରବିବାର ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ହରିପୁର ଗାଁ’ର ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ଭାବି ପରିବାର ଲୋକେ ଦାହ କରିବାକୁ ନେଇଥିଲେ। ଜୁଇରେ ନିଆଁ ସଂଯୋଗ  ହେବାପରେସୀମାଞ୍ଚଳ ଜୁଇରୁ ଉଠି ବସିଥିଲେ। ସେଠାରୁ ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି।

ସୂଚନା ଅନୁସାରେ ରବିବାର ସୀମାଞ୍ଚଳ ମେଣ୍ଢା ଚରାଇବାକୁ ବିଲକୁ ଯାଇଥିବା ବେଳେ ଫେରିନଥିଲେ। ତେବେ ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କୁ ବିଲରୁ ଉଦ୍ଧାର କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କୁ ଦାହ କରିବାକୁ ନେଇଥିଲେ। ତେବେ ଜୁଇରେ ନିଆ ଜଳିବା ପରେ ସୀମାଞ୍ଚଳ ଉଠି ବସିଥିଲେ। ଏ ଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।