ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମରେ ଆଜି ରୀତିନୀତି ସହ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗାଁର ମହିଳା କୀର୍ତ୍ତନ ଦଳ ଘଣ୍ଟବାଦ୍ୟ ଓ ହୁଳହୁଳିର ତାଳେ ତାଳେ ୩ ଠାକୁରଙ୍କୁ ମାଉସୀ ମା’ ମନ୍ଦିରଠାରୁ ଉପରପଡ଼ା ପର୍ଯ୍ୟନ୍ତ ନିଜ ଘରକୁ ରଥାରୂଢ଼ରେ ଅଣାଯାଇଥିଲା । ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଏଥିରେ ଗାଁର ଉମାରା ମେଘନାଦ ସିଂ ମାଝୀ , ଲେକ୍ରୁ ସିଂ ମାଝୀ ଓ ଧର୍ମେନ୍ଦ୍ର ସିଂ ମାଝୀ ଛେରା ପହଁରା କରିଥିଲେ । ମୁଖ୍ୟ ପୂଜକ ଭାବେ ବିଷ୍ଣୁ ପ୍ରସାଦ ନାୟକ ପୂଜାର୍ଚ୍ଚନା କରିଥିବାବେଳେ ଗୋବିନ୍ଦ ଚନ୍ଦ୍ର ନାୟକ, ବୁଲୁ ନାୟକ, ବିରଞ୍ଚି ନାୟକ ଓ ପ୍ରଦୀପ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।