ଘରେ ପଶି ବୁଲା କୁକୁରର ଆକ୍ରମଣ, ୧୦ ମାସର ଶିଶୁ ଗୁରୁତର

ଗୋଲାମୁଣ୍ଡା,ଏନ୍ଏନ୍ଏସ୍କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବୃନ୍ଦାବାହାଲରେ ଏକ ଅଘଟଣ ଘଟିଯାଇଛି। ଏକ ବୁଲା କୁକୁର ଘରେ ପଶି ୧୦ମାସର ଶିଶୁକୁ ଆକ୍ରମଣ କରିଛି। ସୂଚନା ଅନୁଯାୟୀ ଅମିତ ମଙ୍ଗରାଜଙ୍କ ୧୦ ମାସର ଶିଶୁ ଘରେ ଖେଳୁଥିବା ସମୟରେ ହଠାତ୍‌ ଏକ ବୁଲା କୁକୁର ଭିତରକୁ ପଶି ଆସିଥିଲା।

କେହି କିଛି ଜାଣିବା ବେଳକୁ ସେ ଶିଶୁର ମୁହଁକୁ ଆକ୍ରମଣ  କରି ଗାଲରୁ ଗୋଟିଏ ପଟ ମାଂସକୁ ଝୁଣି ଦେଇଛି। ସେହିପରି ନିକଟରେ ଏକ ବୃଦ୍ଧା ଓ ଏକ ଶିଶୁକୁ ବୁଲା କୁକୁର ଝିଣି ଖାଇ ଦେଇଥିଲେ, ଫଳରେ ଅଞ୍ଚଳରେ ବୁଲା କୁକୁରଙ୍କ ଭୟ ସୃଷ୍ଟି ହୋଇଛି।