‘ଗେଟ୍’ ଲାଗି ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ‘ଗେଟ୍’( ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ ଟେଷ୍ଟ୍ ଇନ୍ ଇଞ୍ଜିନିୟରିଂ) ପରୀକ୍ଷା ଲାଗି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଆବେଦନ ପ୍ରକ୍ରିୟା କେବଳ ଅନଲାଇନ୍ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୪ ଧାର୍ଯ୍ୟ କରାଯାଇଛି। ଶେଷ ଫି’ ପୈଠ ଲାଗି ୧୦ ଅକ୍ଟୋବର ଧାର୍ଯ୍ୟ କରାଯାଇଛି।

ଜାନୁଆରୀ ୩ରେ ଆବେଦନକାରୀମାନେ ସେମାନେଙ୍କର ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ଫେବୃଆରୀ ୧, ୨, ୮ ଏବଂ ୯ ତାରିଖରେ ପରୀକ୍ଷା ହେବ। ଏନେଇ ସର୍ବଭାରତୀୟସ୍ତରରେ ୧୯୭ଟି ପରୀକ୍ଷାକେନ୍ଦ୍ରର ସୁବିଧା ହୋଇଥିବା ବେଳେ ଆଇଆଇଟି ରୁଡକି ସଂଗଠିତ କରିବ ଏବଂ ଦିଲ୍ଲୀ ଆଇଆଇଟି ପରୀକ୍ଷା ପରିଚାଳନା କରିବ।

୧୬ମାର୍ଚ୍ଚରେ ଏହାର ରେଜଲ୍ଟ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ସ୍କୋର କାର୍ଡ ମାର୍ଚ୍ଚ୨୦ରୁ ୩୧ମେ’ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯିବ। ଏପ୍ରିଲ ୨ୟ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଅନଲାଇନ୍ ଟେଷ୍ଟରେ ମୋଟ ୬୫ଟି ପ୍ରଶ୍ନଉତ୍ତର ରହିବ।

ମୋଟ୍ ମାର୍କ ୧୦୦ ଥିବାବେଳେ ପରୀକ୍ଷାର ସମୟ ଅବଧି ୩ଘଣ୍ଟା ରହିବ। ତେବେ ଏହି ପରୀକ୍ଷା ଲାଗି ସାଧାରଣବର୍ଗ ଓ ଓବିସି ବର୍ଗର ପ୍ରାର୍ଥୀମାନେ ୧୫ଶହ ଟଙ୍କା ଏବଂ ବିଳମ୍ବରେ ଫାଇନ୍ ଦାମ୍ରେ ୨ହଜାର ଟଙ୍କା ପୈଠ କରିବେ। ସେହିପରି ଏସସି, ଏସଟି, ମହିଳାବର୍ଗର ଆବେଦନକାରୀଙ୍କ ଲାଗି ୭୫୦ଟଙ୍କା ଏବଂ ବିଳମ୍ବରେ ଫାଇନ୍ ଦରରେ ୧୨୫୦ଟଙ୍କା ପୈଠ କରିବାକୁ ପଡିବ।