ଗାଁ ଭିତରକୁ ପଶି ଆସିଥିବା ହରିଣ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ଗଣିଆବରେଇ ଗ୍ରାମରୁ ବନ ବିଭାଗ ଏକ ହରିଣକୁ ଉଦ୍ଧାର କରିଛି। ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ଭିତରକୁ ହରିଣଟି ଆସି ବାଡ଼ରେ ଲାଗିଥିବା ଜାଲରେ ଫସି ଯାଇଥିଲା। ଏନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିଛି। ଆଉ ଏବେ ହରିଣଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।