କର୍କଟ ରୋଗୀଙ୍କୁ ସହାୟତା ପ୍ରଦାନ କଲେ ଡ୍ରାଇଭର ସଂଘ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କୁମ୍ଭାରୀ ପଞ୍ଚାୟତ କାଳୀକ୍ଷେତ ଗାଁ’ର ଚେରୁ ବଗର୍ତି ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲ କଲେଜରେ ଚିକିତ୍ସିତ ହୋଇଥିଲେ। ତେବେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶାଖା ପକ୍ଷରୁ ଶ୍ରୀଯୁକ୍ତ ବଗର୍ତିଙ୍କୁ ସଂଘ ପକ୍ଷରୁ ଆର୍ଥିକ ରାଶି ସହାୟତା କରିଛନ୍ତି। ଯଦି ଚିକିତ୍ସା ପାଇଁ ଆଉ କିଛି ଟଙ୍କା ଦରକାର ପଡେ ତେବେ ଆହୁରି ମଧ୍ୟ ସହାୟତା କରାଯିବ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ଲକ୍‌ ଡ୍ରାଇଭର ସଂଘର ପଞ୍ଚୁ, ପାଣ୍ଡବ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ।