କରୋନା ସଙ୍କଟ: ମୃତ୍ୟୁସଂଖ୍ୟା ୫ ହଜାର ପାର

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସମେତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ମୃତକଙ୍କ ସଂଖ୍ୟା ୫ହଜାର ୧୮୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦିନକରେ ରେକର୍ଡ ସଂଖ୍ୟକ ୮ ହଜାର ୩୮୦ଟି ନୂଆ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଏଯାବତ ମୋଟ ୧ଲକ୍ଷ ୪୨ ହଜାର ୧୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୮୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ ସର୍ବାଧିକ ୬୫ହଜାର ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧୯୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୧୦୦୭, ଦିଲ୍ଲୀରେ ୪୧୬, ମଧ୍ୟପ୍ରଦେଶରେ ୩୪୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଦେଶରେ କରୋନାକୁ ମାତ ଦେଇ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪ ହଜାର ୬୧୪ ଜଣ ସୁସ୍ଥ ହୋଇଥିବାବେଳେ ଆରୋଗ୍ୟ ହାର ପାଖାପାଖି ୪୮ ପ୍ରତିଶତରେ ପହଂଚିଛିି।