କରୋନା ରୋଗୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଡାୟଲିସିସ୍ ୱାର୍ଡ

କୋରାପୁଟ,ଏନ୍ଏନ୍ଏସ୍: କରୋନା ଆକ୍ରାନ୍ତ କିଡନୀ ରୋଗୀଙ୍କ ପାଇଁ ଏସଏଲଏନ୍ ମେଡିକାଲ କଲଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ଡାୟଲିସିସ୍ ବ୍ୟବସ୍ଥା କରାଯାଇଛି। କୋଭିଡ ପଜିଟିଭ କିଡନୀ ରୋଗୀ ଡାୟଲିସିସ୍ ସୁବିଧା ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ପରାମର୍ଶକ୍ରମେ ହସ୍ପିଟାଲ କର୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ନେବା ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୫ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୂର୍ବରୁ କରୋନା ରୋଗୀଙ୍କ ନିମନ୍ତେ କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାର ୨୩ ଟି ଆମ୍ବୁଲାନ୍ସ ଦେଇଥିବା ବେଳେ ବର୍ତ୍ତମାନ ଏହା ୨୮ରେ ପହଞ୍ଚିଛି। ଏତଦବ୍ୟତୀତ ଜିଲ୍ଲାରେ ୧୯ଟି ୧୦୮ ଏବଂ ୧୮ଟି ୧୦୨ ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବା ଜଣାପଡ଼ିଛି।