ଏହି ସମୟରେ ଭୁଲରେ ଖାଆନ୍ତୁ ନାହିଁ ଦହି

ଅଧିକାଂଶ ଲୋକଙ୍କ ଡାଏଟର ଦହି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦହିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନେକାଂଶରେ ଅଷ୍ଟିଓପୋରୋସିସ୍, ରକ୍ତଚାପ, କେଶ ଏବଂ ହାଡ଼ ପାଇଁ ମଧ୍ୟ ଦହି ଲାଭଦାୟକ ହୋଇଥାଏ । ଦହିରେ ପ୍ରୋଟିନ୍, କ୍ୟାଲସିୟମ୍, ରାଇବୋଫ୍ଲାଭିନ୍, ଭିଟାମିନ୍ ବି୬ ଏବଂ ଭିଟାମିନ୍ ବି୧୨ ଭଳି ପୋଷକ ତତ୍ତ୍ୱ ଭରପୂର ରହିଥାଏ ।

ଅନେକ ସମୟରେ ଲୋକମାନେ ଖାଦ୍ୟ ସହିତ ଦହି ଖାଇବାକୁ ଭଲ ପାଇଥାନ୍ତି । ଖାଦ୍ୟ ସହିତ ଦହି ଖାଇବା ଦ୍ୱାରା ଅନେକ ଲାଭ ମଧ୍ୟ ହୋଇଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ଆପଣଙ୍କ ହଜମ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ । ଖାଦ୍ୟ ଖାଇସାରିବା ପରେ ଦହିରେ ଚିନି କିମ୍ବା ଗୁଡ ମିଶାଇ ଖାଇବା ଦ୍ୱାରା ଶରୀରରୁ ଟକ୍ସିସ୍ ପରିସ୍ରା ମାଧ୍ୟମରେ ବାହାରିଯାଇଥାଏ ।

ଦହିର ଉପକାରିତା :

ପ୍ରତ୍ୟେକ ଦିନ ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବହୁ ପରିମାଣରେ କମିଥାଏ । ଏଥି ସହିତ, ହୃତପିଣ୍ଡ ସମ୍ବନ୍ଧୀୟ ରୋଗରୁ ଦୂରେଇ ରହିବା ପାଇଁ ଦହି ମଧ୍ୟ ଉପଯୋଗୀ ହୋଇଥାଏ ।

– ଆପଣ ଦହିକୁ କେଶ ଏବଂ ମୁହଁରେ ଲଗାଇ ପାରିବେ । ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ କେଶରେ ଦହି ଲଗାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

– ନିଦ୍ରାହୀନତାର ସମସ୍ୟା ଦୂର କରିବାରେ ଦହି ମଧ୍ୟ ସାହାଯ୍ୟ କରିଥାଏ ।

ରାତିରେ ଦହି ଖାଇବା ଅନୁଚିତ :

ରାତିରେ ଦହି ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ରାତିରେ ଦହି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ରାତିରେ ଆମ ଶରୀରରେ ପ୍ରାକୃତିକ ଭାବରେ କଫ ବଢିଯାଇଥାଏ । ତେଣୁ ରାତିରେ ଦହି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ଅନେକ ବିଶେଷଜ୍ଞଙ୍କ ଅନୁଯାୟୀ, ରାତିରେ ଦହି ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହୋଇଯାଇଥାଏ ।