ଆତ୍ମହତ୍ୟା ଉଦ୍ୟମ କଲେ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଚିଟଫଣ୍ଡ ଖଳନାୟକ ପ୍ରଦୀପ ସେଠୀ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝାରପଡା ଜେଲରେ ଥିବା ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟାମ କରିଛନ୍ତି ପ୍ରଦୀପ । ତେବେ ବାଥରୁମ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଦୀପଙ୍କୁ ଏସସିବିର ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି ।