ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ଅଲିମ୍ପିଆନ୍ ତଥା ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ ସୋମବାର ଅର୍ଜୁନ ପୁରସ୍କାରର ଟ୍ରଫି ଗ୍ରହଣ କରିଛନ୍ତି। ତାଙ୍କ ସହ ଅନ୍ୟାନ୍ୟ ବିଭାଗର ମୋଟ ୨୭ ଜଣ ଖେଳାଳି ସୋମବାର ନୂଆଦିଲ୍ଲୀରେ ଅର୍ଜୁନ ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି। ଦୂତୀ ଟ୍ୱିଟରରେ ଟ୍ରଫି ସହ ନିଜ ଫଟୋକୁ ମଧ୍ୟ ସେୟାର କରିଛନ୍ତି। ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ବିଭିନ୍ନ ସୁବିଧା ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି।
ଅନ୍ୟପକ୍ଷରେ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଅର୍ଜୁନ ପୁରସ୍କାର ପାଇବା ପରେ ସ୍ତ୍ରୀଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପୂର୍ବରୁ ଅର୍ଜୁନ ପୁରସ୍କାର ନେଇ ପୂର୍ବରୁ ନାମ ଘୋଷଣା କରାଯିବା ସହ କରୋନା କଟକଣା କାରଣରୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଆଜି ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି।