ଅବକାରୀ ବିଭାଗ ଏସଆଇଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ଅବକାରୀ ବିଭାଗର ଜଣେ ଏସଆଇଙ୍କ ବିରୋଧରେ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳ ଏସଆଇ ସୂର୍ଯ୍ୟନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ୫ ମାସ ହେଲା ଏସଆଇ ସୂର୍ଯ୍ୟନାରାୟଣ ତାଙ୍କୁ ଅସଦାଚାରଣ କରିଆସୁଥିଲେ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେଠାରେ ନ୍ୟାୟ ପାଇନଥିଲେ। ଫଳରେ ବାଧ୍ୟହୋଇ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ସେକ୍ଟର ୩ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ଏସଆଇସୂର୍ଯ୍ୟନାରାୟଣଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।