ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ

ବ୍ରହ୍ମପୁର, ୫ା୯/ଏନ୍ଏନ୍ଏସ୍: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଯିବେ କିନ୍ତୁ ଛାତ୍ରଛାତ୍ରୀ ଯିବେ ନାହିଁ।

ଜିଳ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସ୍କୁଲ ଓ ଆଶ୍ରୟସ୍ଥଳୀକୁ ନେବାଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ପ୍ରବଳ ବର୍ଷାରେ ଯେପରି ଲୋକ ପ୍ରଭାବିତ ନ ହୁଅନ୍ତି, ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିଛି।