ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧୦କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ୭ଜଣ, ମାଥିଲି ବ୍ଲକରୁ ୨ଜଣ, କୋରୁକୋଣ୍ଡା ବ୍ଲକରୁ ୪ଜଣ, କାଲିମେଳା ବ୍ଲକରୁ ୭ଜଣ, ବାଲିମେଳା ଏନଏସି ଓ ଖଇରପୁଟ ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୧୪ ଜଣ କ୍ଲିନିକରୁ ଚିହ୍ନଟ ହୋଇଛନ୍ତି। ସେହପରିି ୬ଜଣ ଘର ଘର ସର୍ଭେବେଳେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧୦ ହୋଇଥିବାବେଳେ ୮ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨,୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୬୮ ଜଣ ଚିକିତ୍ସିତ ହେଉଛନ୍ତି।