ଭାରତୀୟ ବଜାରରେ ରେମଡେସିଭିର ବିକ୍ରି ପାଇଁ ଅନୁମତି ମାଗିଲା ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ଗିଲିଡ ସାଇନ୍ସେଜ କମ୍ପାନୀ ରେମଡେସିଭିର ଔଷଧକୁ ଭାରତୀୟ ବଜାରରେ ବିକ୍ରି କରିବା ପାଇଁ ଭାରତର କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)କୁ ଆବେଦନ କରିଛି। ଏହି ଔଷଧ କୋଭିଡ ୧୯ ଚିକିତ୍ସାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସୂଚନା ମିଳିଛି। ସିଡିଏସସିଓ ବିଶେଷଜ୍ଞ ସମିତି ସାହାଯ୍ୟରେ ଏହି ଆବେଦନର ଅଧ୍ୟୟନ କରିବ। ଆଉ ବିଶେଷଜ୍ଞ ସମିତିର ସୁପାରିଶ ଆଧାରରେ ହିଁ ସିଡିଏସସିଓ ନିଷ୍ପତ୍ତି ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ଆମେରିକୀୟ କମ୍ପାନୀ ଏମିତି ସମୟରେ ଆଦେବନ କରିଛି ଯେତେବେଳେ ଦୁଇଟି ଭାରତୀୟ କମ୍ପାନୀ ସିପ୍ଲା ଓ ହିଟୀରୋ ଲ୍ୟାବ ଭାରତରେ ରେମଡେସିଭିର ଉତ୍ପାଦ ଓ ବିକ୍ରି ପାଇଁ ଓøଷଧ ନିୟନ୍ତ୍ରକଙ୍କ ନିକଟରେ ଆବେଦନ କରିଛି। ଜଣେ ଅଧିକାରୀ କହିଛନ୍ତି କି, ଏହି କମ୍ପାନୀ ଦ୍ୱୟ ରେମଡେସିଭିର ପାଇଁ କ୍ଲିନିକାଲ ଟ୍ରାଏଲ ଛାଡ଼ କରିବାକୁ ନିବେଦନ କରିଛି ଯଦ୍ୱାରା ରୋଗୀଙ୍କଠାରେ ଏହି ଔଷଧ ତୁରନ୍ତ ଉପଲବ୍ଧ ହୋଇପାରିବ। ଅଧିକାରୀଙ୍କ ଅନୁସାରେ ସେମାନଙ୍କ ଆବେଦନର ଏବେ ବିଚାରଧୀନ ରହିଛି। ଗିଲିଡ ସାଇନ୍ସେଜ କମ୍ପାନୀ ରେମଡେସିଭିର ଉତ୍ପାଦପ ଓ ବିତରଣ ପାଇଁ ତିନୋଟି ଘରୋଇ କମ୍ପାନୀ ସିପ୍ଲା, ଜୁବିଲେଣ୍ଟ ଲାଇଫ ସାଇନ୍ସ ଓ ହିଟୀରୋ ସମେତ ଆଉ କିଛି କମ୍ପାନୀ ସହ ଲାଇସେନ୍ସ ସମ୍ବନ୍ଧୀୟ ଚୁକ୍ତି କରିସାରିଛି।