ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଥାନା ଅନ୍ତର୍ଗତ ଆକଟାପାଲି ନିକଟ ଜତୀୟ ରାଜପଥ କଡ଼ରେ ଥିବା ଏକ ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।

ପାଣିରେ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।