ପୁଣି ଚାଷୀ ଆତ୍ମହତ୍ୟା

ସମ୍ବଲପୁର,ଏନ୍ଏନ୍ଏସ୍: ଯୁଯୁମୁରା ବ୍ଲକ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୁତ ପ୍ରଧାନ ୪୫ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଗତ ରାତି ୨ଟାରେ ସମ୍ବଲପୁର ସ୍ଥିତ ସିଟିସ୍ପର୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୋଟ ୭ ଏକର ଜମି ରହିଥିବା ବେଳେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ପରିଚାଳନା ହୋଇପାରିଲା ନାହିଁ । ମୁଣ୍ଡ ଉପରେ ପ୍ରାୟ ୪ ଲକ୍ଷ୍ୟ ଋଣ ଥିବାରୁ ଅବଧୁତ ଚାପରେ ଥିଲେ ବୋଲି ପୁଅ ମନୋଜ ଅଭିଯୋଗ କରିଛନ୍ତି।