କୋରାପୁଟରୁ ୯୦ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩,୬୯୭କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୯୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୯୭କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୬, ଜୟପୁର ପୌରାଞ୍ଚଳରୁ ୭, ବନ୍ଧୁଗାଁ ବ୍ଲକରୁ ୫ ଓ କୋଟପାଡ଼ ଏନଏସିରୁ ୯ଜଣ ରହିଛନ୍ତି। ସେହିପରି ବୈପାରିଗୁଡ଼ାରୁ ୩, କୋରାପୁଟ ଓ କୋଟପାଡ଼ ବ୍ଲକରୁ ୪ ଲେଖାଏଁ, କୁନ୍ଦୁରା ଓ ଲମତାପୁଟ ବ୍ଲକରୁ ୬ ଲେଖାଏଁ, ଲକ୍ଷ୍ମୀପୁର ବ୍ଲକରୁ ୧୦, ନାରାୟଣପାଟଣାରୁ ୨, ପଟ୍ଟାଙ୍ଗି ଏବଂ ସେମିଲିଗୁଡା ବ୍ଲକରୁ ୫ ଲେଖାଏଁ, ଦଶମନ୍ତପୁରରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନବରଙ୍ଗପୁର ଜିଲ୍ଲାର ହୋଇଥିବାବେଳେ ଟିଏମସି କେନ୍ଦ୍ରରୁ ୮ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୨୮ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫୩ଜଣ ସଂକ୍ରମିତ ହୋଇଛନ୍ତି।