ଏହି ସ୍ଥାନରେ ପୂଜା ପାଆନ୍ତି ବୁଢ଼ା, ଟୋକା, ପିଲା ଓ ଛୁଆ ଗଣେଶ

ଭଦ୍ରକ,ଏନ୍ଏନ୍ଏସ୍: ବିଭିନ୍ନ ରକମର ଗଣେଶଙ୍କ ମୂର୍ତ୍ତି ପୂଜା ପାଉଥିବା ଆପଣ ଦେଖିଥିବେ। କିନ୍ତୁ ବୁଢ଼ା, ଟୋକା ଓ ଛୁଆ ଗଣେଶ ପୂଜା ପାଉଛନ୍ତି, ତାହା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଭଦ୍ରକରେ ବୁଢ଼ା, ଟୋକା ଓ ଛୁଆ ଗଣେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।

ଟୋକା ଗଣେଶ

ପୁରୁଣା ବଜାରରେ ବୁଢ଼ା ଓ ଟୋକା ଗଣେଶ ପୂଜା ପାଉଛନ୍ତି। କୁଆଁସରେ ପିଲା ଓ ଛୁଆ ଗଣେଶ ପୂଜା ପାଉଛନ୍ତି। ଏହି ସମସ୍ତ ମଣ୍ଡପରେ ପୂଜା ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ହୋଇଥାଏ।

ପିଲା ଗଣେଶ

ବିଭିନ୍ନ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଏହି ପର୍ବକୁ ମହାଆଡମ୍ବରରେ ପାଳନ କରନ୍ତି। ମଣ୍ଡପର ଚାନ୍ଦି ମେଢ ବେଶ୍ ଆକର୍ଷଣୀୟ ହୋଇଛି। ସନ୍ଧ୍ୟାରେ ଅଧିକରୁ ଅଧିକ ଭକ୍ତଙ୍କ ସମାବେଶ ହେଉଛି।